ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ଜଳପଥ: ହର୍ମୁଜ ପ୍ରଣାଳୀ STRAIT OF HORMUZ
ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ଜଳପଥ: ହର୍ମୁଜ ପ୍ରଣାଳୀ ନିକୁଞ୍ଜ ବିହାରୀ ସାହୁ ସଂପ୍ରତି ୨୦୨୬ ମଧ୍ୟପ୍ରାଚ୍ୟ ବିବାଦର ଘନଘଟା ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ଇରାନ୍ ଦ୍ୱାରା ଧମକ ଏବଂ ଆକ୍ରମଣ ଜାରି ରହିଛି । ଫଳରେ ଏହି ମାର୍ଗ ଦେଇ ଯାତାୟାତରେ ପ୍ରାୟ ୯୭ ପ୍ରତିଶତ ହ୍ରାସ ଘଟି ବିଶ୍ୱ ତୈଳ ଯୋଗାଣରେ ଗୁରୁତର ବାଧା ସୃଷ୍ଟି ହେବା ସାଙ୍ଗକୁ ବିଶ୍ୱ ବଜାରରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ମୂଲ୍ୟ ଆଶାତୀତ ବୃଦ୍ଧି ପାଇଛି । ଏହାର ପ୍ରଭାବ ଭାରତ ଉପରେ ପଡି ଆମ ଦେଶରେ ବିଶେଷକରି ରନ୍ଧନ ଗ୍ୟାସର ଘୋର ଅଭାବ ପରିଲକ୍ଷିତ ହୋଇଛି ଏବଂ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ୍ନ ହୋଇଛନ୍ତି । ତେବେ ଆମେ ଏଠାରେ ପ୍ରସ୍ନ ଉଠେ: ଏହି ହର୍ମୁଜ ପ୍ରଣାଳୀ କ’ଣ, କେଉଁଠାରେ ଅବସ୍ଥିତ ଏବଂ ଏହା ବାଣିଜ୍ୟିକ ଦୄଷ୍ଟିକୋଣରୁ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି । ହର୍ମୁଜ ପ୍ରଣାଳୀ (Strait of Hormuz) ପଶ୍ଚିମରେ ପାରସ୍ୟ ଉପସାଗର ଏବଂ ଦକ୍ଷିଣପୂର୍ବରେ ଓମାନ ଉପସାଗର ତଥା ଆରବ ସାଗର ମଧ୍ୟରେ ଅବସ୍ଥିତ ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ। ଭାରତ ମହାସାଗରକୁ ପ୍ରଶାନ୍ତ ମହାସାଗର ସହିତ ସଂଯୋଗ କରୁଥିବା ମାଲାକ୍କା ପ୍ରଣାଳୀ ପରେ ହର୍ମୁଜ୍ ପ୍ରଣାଳୀ...