ଧୂମକେତୁ ଓ ଲଞ୍ଜାତାରା
.jpg)
ଧୂମକେତୁ ଓ ଲଞ୍ଜାତାରା ନିକୁଞ୍ଜ ବିହାରୀ ସାହୁ ସୂର୍ଯ୍ୟଠାରୁ ପୄଥିବୀ ଦୂରତାର ପ୍ରାୟ ଦେଢ ଲକ୍ଷ ଗୁଣ ବ୍ୟବଧାନରେ ପ୍ଲୁଟୋ ଗ୍ରହର କକ୍ଷପଥ ବାହାରେ ମହାକାଶରେ ବିଦ୍ୟମାନ ଏକ ବିରାଟ ଶୂନ୍ୟସ୍ଥାନ I ଏହା ଆମଠାରୁ ନିକଟତମ ନକ୍ଷତ୍ରର ପ୍ରାୟ ଏକ-ତୄତୀୟାଂଶର ଦୂରତା I ଚତୁପାର୍ଶ୍ୱର ପୂଂଜୀଭୂତ ବହଳ ଅନ୍ଧକାର ଓ ତାପମାତ୍ରାଡ ଶୂନ୍ୟ ଡିଗ୍ରୀ ସେଲସିୟସ୍ରୁ ବହୁତ ତଳେ I ଆକାଶର ଅନେକ ତାରକାଙ୍କ ମଧ୍ୟରୁ ସ୍ପଷ୍ଟ ବାରି ହୋଇ ପଡେ ଦୂରସ୍ଥ ଏକ ପୀତ ବର୍ଣ୍ଣର ତେଜୀୟାନ ନକ୍ଷତ୍ର -ସୂର୍ଯ୍ୟ I ଏଠାରୁ ସୂର୍ଯ୍ୟ କଦାପି ଆକାଶର ଉଜ୍ଜ୍ୱଳତମ ନକ୍ଷତ୍ର ରୂପେ ପ୍ରତିଭାତ ହୁ...