ଭାରତର ମାନବଯୁକ୍ତ ମହାକାଶ କାର୍ଯ୍ୟକ୍ରମ
ଭାରତର ମାନବଯୁକ୍ତ ମହାକାଶ କାର୍ଯ୍ୟକ୍ରମ ନିକୁଞ୍ଜ ବିହାରୀ ସାହୁ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଇସ୍ରୋ ଗତ ଅକ୍ଟୋବର 21 ତାରିଖ ଦିନ ନିଜର ମହତ୍ତ୍ୱକାଂକ୍ଷୀ ମାନବଯୁକ୍ତ କାର୍ଯ୍ୟକ୍ରମ 'ଗଗନଯାନ'ର ଅଂଶ ସ୍ୱରୂପ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ ସମ୍ପାଦନ କରିଛି I ଏହି ପରୀକ୍ଷଣରେ ଇସ୍ରୋର ବୈଜ୍ଞାନିକମାନେ ଗଗନଯାନ କାର୍ଯ୍ୟକ୍ରମର ଏକ ମୁଖ୍ୟ ସୁରକ୍ଷା ପ୍ରଣାଳୀ 'ଯାତ୍ରୀ ପଳାୟନ ବ୍ୟବସ୍ଥା (Crew Escape System) ର ସଫଳ ପରୀକ୍ଷଣ କରିଛନ୍ତି I ଏହି ବ୍ୟବସ୍ଥା ଅନୁଯାୟୀ ବାହକଯାନ ରକେଟର ପ୍ରାଥମିକ ଉତ୍ତକ୍ଷେପଣ ଓ ଉଡାଣ ପର୍ଯ୍ୟାୟରେ କିଛି ତ୍ରୁଟି ପରିଲକ୍ଷିତ ହେଲେ ଯାତ୍ରୀବାହି କ୍ୟାପସୁଲକୁ ତୁରନ୍ତ ରକେଟରୁ ଅଲଗା କରି ପୃଥିବୀକୁ ନିରାପଦ ଫେରାଇ ଆଣିହେବ I ଏହା ମହାକାଶଚାରୀମାନଙ୍କୁ କୌଣସି ଜରୁରୀ କାଳୀନ ପରିସ୍ଥିତିରେ ସହାୟତା ପ୍ରଦାନ କରୁଥିବା ଅଭିଯାନର ଏକ ମୁଖ୍ୟ ସୁରକ୍ଷା ବ୍ୟବସ୍ଥା ଯାହା ପ୍ରକୃତ ପ୍ରକ୍ଷେପଣ ସମୟରେ ସୁଚାରୁ କାର୍ଯ୍ୟକ୍ରମ କରିବା ନିହାତି ଆବଶ୍ୟକ, କାରଣ ଯାନ ସ୍ଥିତ ମହାକାଶଚାରୀଙ୍କ ସୁରକ୍ଷା କ୍ଷେତ୍ରରେ କୌଣସି ସାଲିସ କରାଯାଇ ପାରିବ ନାହିଁ I ଇସ୍ରୋର ଏହି ପରୀକ୍ଷଣ ଅନୁଯାୟୀ, ଶ୍ରୀହରିକୋଟା ସ୍ଥିତ ସତୀଶ ଧାବନ ଅନ୍ତରୀକ୍ଷ କେନ୍ଦ୍ରରୁ ମାନବ ବିହୀନ ଏକ ଯାତ୍ରୀ କ୍ୟାପସୁଲ ବହନ କରୁଥିବା ଗୋଟଏ ତରଳ ଇଞ୍ଜିନ ଚାଳିତ ଏକ-ପର୍ଯ୍ୟାୟ ବିଶିଷ୍ଟ...