ଚନ୍ଦ୍ରକୁ ଛୁଇଁବାର ଆଶା
ଚନ୍ଦ୍ରକୁ ଛୁଇଁବାର ଆଶା ନିକୁଞ୍ଜ ବିହାରୀ ସାହୁ ଆଗାମୀ ଜୁଲାଇ ମାସରେ ଭାରତୀୟ ଅନ୍ରରୀକ୍ଷ ଅନୁସନ୍ଧାନ ସଂସ୍ଥା ଇସ୍ରୋ ଚନ୍ଦ୍ରକୁ ନିଜର ଏକ ନୂତନ ଅଭିଯାନ ଚନ୍ଦ୍ରଯାନ-3 ପ୍ରେରଣ କରିବାକୁ ଯାଉଛି I ଏହି ଅଭିଯାନ ଜରିଆରେ ଭାରତ ଚନ୍ଦ୍ରପୄଷ୍ଠକୁ ଛୁଇଁବାର ଆଶା ରଖିଛି I ଏହି ଅଭିଯାନ ସଫଳ ହେଲେ ଭାରତ ଏହି ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧିରେ ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍ ଓ ଚୀନ୍ ପରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ରୂପେ ପରିଗଣିତ ହେବ I ଏହା ପୂର୍ବରୁ ଭାରତ ଚନ୍ଦ୍ର ଅଭିମୁଖେ ଏକ ଅଭିଯାନ 'ଚନ୍ଦ୍ରଯାନ -2' ଗତ 2019 ମସିହା ଜୁଲାଇ 22 ତାରିଖ ଦିନ ପ୍ରେରଣ କରିଥିଲା I ଏହା ପ୍ରାୟ 2 ମାସ ପରେ, 2019 ସେପ୍ଟେମ୍ବର 7 ତାରିଖରେ, ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ପହଞ୍ଚି ଚନ୍ଦ୍ର ପୄଷ୍ଠରେ ଏକ ଅବତରକ ଯାନ 'ବିକ୍ରମ'କୁ ଅବତରଣ କରାଇବାକୁ ଚେଷ୍ଟା କରିଥିଲା I ମାତ୍ର ଦୁର୍ଭାଗ୍ୟକ୍ରମେ ...