ବିସ୍ମୟ ପଦାର୍ଥ ଗ୍ରାଫିନ୍
ମନେ କରନ୍ତୁ ଆମ ପାଖରେ ଏପରି ଏକ ସ୍ମାର୍ଟ ଫୋନ୍ ଅଛି ଯାହାକୁ ଆମେ କାଗଜ ଭଳି ମୋଡି ପ୍ୟାଣ୍ଟ ପକେଟରେ ସହଜରେ ଭର୍ତ୍ତି କରିପାରିବା I ଆଉ ଆମ ପାଖରେ ଏପରି ଏକ ବ୍ୟାଟେରି ଅଛି ଯାହାଦ୍ୱାରା ଆମ ସ୍ମାର୍ଟ ଫୋନ୍କୁ ମାତ୍ର ପାଞ୍ଚ ମିନିଟରେ ଚାର୍ଜ କରି ହେବ I କିମ୍ବା ଆମେ ସମୁଦ୍ର ମଧ୍ୟସ୍ଥ କୌଣସି ଏକ ଦ୍ୱୀପରେ ରହିଯାଇଛେ ଓ ଶୋଷରେ ତଣ୍ଟି ଶୁଖିଯାଉଛି : ଯଦି ଆମ ପାଖରେ ଏପରି ଏକ ପାଣିଛଣା ଯନ୍ତ୍ର ଅଛି ଯାହା ସଙ୍ଗେସଙ୍ଗେ ସମୁଦ୍ରର ଲୁଣପାଣିକୁ ଛାଣି ମଧୁର ଜଳରେ ପରିଣତ କରି ପାରିବ I ପୁଣି ମଧ୍ୟ ଯଦି ଆମ ପାଖରେ ଏପରି ଏକ ନିଶୁଣି ଥା'ନ୍ତା ଯେଉଁଥିରେ ଚଢି ଅମେ ଅନ୍ତରୀକ୍ଷକୁ ଯାତ୍ରା କରି ପାରନ୍ତେ I ଏହା ସମ୍ଭବ ହେଉଥିଲେ ବାସ୍ତବ ଦୁନିଆରେ କେତେ ମଜା ହୁଅନ୍ତା ସତରେ ! ଅତୀତରେ ଯାହା ଥିଲା କବିର କଳ୍ପନା, ତାହା ଏବେ ଏକ ନୂତନ ପଦାର୍ଥର ଆବିଷ୍କାର ଦ୍ୱାରା ସମ୍ଭବ ହେବାକୁ ଯାଉଛି I ଏହି ବିସ୍ମୟ ପଦାର୍ଥର ନମ ଗ୍ରାଫିନ୍ I ହୀରାଠାରୁ ଟାଣ ତଥା ଇସ୍ପାତଠାରୁ ଯଥେଷ୍ଟ ମଜବୁତ ଏବଂ ଗଠନରେ ଅତି ପତଳା 'ଗ୍ରାଫିନ୍' ଏକ ଚମତ୍କାର ପଦାର୍ଥ ଯାହା ଆଗାମୀ ଦିନରେ ବୈଜ୍ଞାନିକ ଅନୁସନ୍ଧାନ ତଥା ଆମର ଦୈନିକ ଜୀବନରେ ଏକ ବଡ ବିପ୍ଳବ ଆଣିବାକୁ ଯାଉଛି I ଗଠନ ଏହା ପ୍ରକୄତରେ ହୀରା ଓ...