ଦୁର୍ଦ୍ଦଷ ବାୟୁଯାନ : ଏମ୍. ଆଇ. ହେଲିକପ୍ଟର
ନିକଟରେ ଭାରତର ପୂର୍ବତନ ସେନାଧ୍ୟକ୍ଷ ବିପିନ ରାୱତଙ୍କ ସମେତ ସେନାର କିଛି କର୍ମଚାରୀଙ୍କୁ ନେଇ ଯାଉଥିବା ସେନାର ଏକ ହେଲିକପ୍ଟର ତାମିଲନାଡୁ ନୀଳଗିରିର ଦୁର୍ଗମ ଜଙ୍ଗଲ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହେବା ଦ୍ୱାରା ଆରୋହୀ ଅଧିକାଂଶ ଯାତ୍ରୀଙ୍କ ମୃତ୍ୟୁ ଘଟିଛି I ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ଭାରତୀୟ ବାୟୁସେନାର ଏକ Mi-17V-5 ପରିବହନ ବାୟୁଯାନ ବୋଲି ଜଣା ପଡିଛି I ଏହି ହେଲିକପ୍ଟର ସମ୍ପର୍କରେ କିଛି ସୂଚନା ନିମ୍ନରେ ଦିଆଗଲା : ବହୁ-ଉପଯୋଗୀ ଦୁର୍ଦ୍ଦଷ ହେଲିକପ୍ଟର ଏହା ମୂଖ୍ୟତଃ ଏକ ପରିବହନ ହେଲିକପ୍ଟର ହେଲେ ସୁଦ୍ଧା ଶତ୍ରୁ ସେନା ଉପରେ ଆକ୍ରମଣ କରିବା ଏବଂ ପ୍ରତିକୁଳ ପରିସ୍ଥିତିରେ ଆକ୍ରମଣ ତଥା ଗୁଇନ୍ଦାଗିରି ନିମନ୍ତେ ସେନା ଓ ସାମଗ୍ରୀ ତୁରନ୍ତ ପରିବହନ କରି ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବା ପାଇଁ ଏଥିରେ ଯଥେଷ୍ଟ ସୁବିଧା ଅଛି I ଏହା ବିଶ୍ୱର ଏକ ଅତ୍ୟାଧୁନିକ ତଥା ବହୁ-ଉପଯୋଗୀ ଦୁର୍ଦ୍ଦଷ ହେଲିକପ୍ଟର I ଏଥିରେ ବିମାନଚାଳନା ନିମନ୍ତେ ଅତ୍ୟାଧୁନିକ ଯନ୍ତ୍ରମାନ ଖଂଜା ଅଛି ଯାହା ସାହାଯ୍ୟରେ ଏହା ଦିନରାତି ସବୁ ସମୟରେ ପୄଥିବୀର ଯେକୌଣସି ଭୌଗଳିକ ତଥା ଜଳବାୟୁ ପରିସ୍ଥିତିରେ ଏବଂ ଏପରିକି ଖରାପ ପାଗରେ ମଧ୍ୟ କାର୍ଯ୍ୟ ସମ୍ପାଦନ କରି ପାରିବ I ଏହି ...