କୄତ୍ତିମ ବୁଦ୍ଧିମତା: ଆଶା ଓ ଆଶଙ୍କା
କୄତ୍ତିମ ବୁଦ୍ଧିମତା: ଆଶା ଓ ଆଶଙ୍କା ନିକୁଞ୍ଜ ବିହାରୀ ସାହୁ ପୂର୍ବରୁ ଗୋଟିଏ କମ୍ପୁଟର କେବଳ ପ୍ରଦତ୍ତ କିଛି ତଥ୍ୟ ଓ ତର୍କ ସଙ୍ଗତ ଗାଣିତିକ ଧାରା ( Algorithm) କୁ ଆଧାର କରି କାର୍ଯ୍ୟ କରୁଥିଲା ଏବଂ ଆବଶ୍ୟକୀୟ ଫଳାଫଳ ପ୍ରଦାନ କରୁଥିଲା I ଏହା ପକ୍ଷରେ କୌଣସି ପରିସ୍ଥିତିରେ କିଛି ନିଷ୍ପତ୍ତି ଗ୍ରହଣ କରିବା ସମ୍ଭବ ନଥିଲା I ମାତ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ଫଳରେ ଏବେ ଯନ୍ତ୍ରରେ ମଧ୍ୟ କିଛି ବୁଦ୍ଧିମତା ପ୍ରଦାନ କରାଯାଇ ପାରୁଛି ଯାହା ଫଳରେ ତାହା ମନୁଷ୍ୟ ଭଳି ନିଜେ ଶିକ୍ଷଣ (Learning), ତାର୍କିକ ଚିନ୍ତାଧାରା (Reasonong) ପରିପ୍ରକାଶ , ସମସ୍ୟାର ସମାଧାନ (Problem Solving) ତଥା ନିଷ୍ପତ୍ତି (Decission making) ଗ୍ରହଣ ଭଳି ପ୍ରକ୍ରିୟା ସୂଚାରୁ ରୂପେ ସମ୍ପାଦନ କରି ପାରୁଛି I ଏହା ହିଁ କୄତ୍ତିମ ବୁଦ୍ଧିମତା I ଏହା ଜରିଆରେ ଯନ୍ତ୍ର ନିଜର ପରିପା ର୍ଶ୍ୱିକ ଅବସ୍ଥାର ଅବଧାରଣା କରିବା ପୂର୍ବକ ଶିକ୍ଷଣ ଓ ବୁଦ୍ଧିମତାର ମିଳିତ ସହଯୋଗରେ କିଛି କାର୍ଯ୍ୟ ସମ୍ପାଦନ କରିଥାଏ ଯାହା ଫଳରେ ଆମର ଇପ୍ସିତ ଲକ୍ଷ୍ୟ ହାସଲର ଅଧିକ ସମ୍ଭାବନା ସୄଷ୍ଟି ହୁଏ I ଏହା ମଧ୍ୟ ପୂର୍ବ ତ୍ରୁଟିରୁ ଶିକ୍ଷା ଗ୍ରହଣ କରି ପରବ ର୍ତ୍ତୀ ପଦକ୍ଷେପରେ ମ...