ଗ୍ରହାଣୁ ସହିତ ପୄଥିବୀର ସଂଘର୍ଷ Collision with an asteroid
ଗ୍ରହାଣୁ ସହିତ ପୄଥିବୀର ସଂଘର୍ଷ ନିକୁଞ୍ଜ ବିହାରୀ ସାହୁ ଆମ ସୌରଜଗତର ମଙ୍ଗଳ ଓ ବୄହସ୍ପତି ଗ୍ରହର କକ୍ଷ ମଧ୍ୟରେ ଏକ ଗ୍ରହାଣୁ ପୁଞ୍ଜ ବଳୟ ଅଛି I ଏହି ବଳୟରେ ହଜାର ହଜାର କ୍ଷୁଦ୍ର ମହାକାଶୀୟ ପିଣ୍ଡ ସୂର୍ଯ୍ୟ ଚାରିପଟେ ଘୂରି ବୁଲୁଛନ୍ତି I ଏହି ଗ୍ରହାଣୁମାନେ ପୄଥିବୀର ଜୀବନ ପାଇଁ ବିପଦ ବହନ କରିଥାନ୍ତି I ଏଗୁଡିକ ମଧ୍ୟରୁ ଗୋଟିଏ ଗୋଟିଏ ପିଣ୍ଡ ପୃଥିବୀର ମାଧ୍ୟାକର୍ଷଣ ବଳ ଦ୍ୱାରା ଆକର୍ଷିତ ହୋଇ ପୄଥିବୀ ଆଡକୁ ଛୁଟି ଆସି ଭୟଙ୍କର ସଂଘର୍ଷ କରିଥାନ୍ତି I ଗ୍ରହାଣୁ ଗୁଡିକ ଆକାରରେ କ୍ଷୁଦ୍ର ହେଲେ ସୁଦ୍ଧା ସେଗୁଡିକ ପ୍ରଚଣ୍ଡ ବେଗରେ ଗତି କରୁଥିବାରୁ ପୄଥିବୀ ସହିତ ସେଗୁଡିକର ସଂଘର୍ଷ ଅତି ମାରାତ୍ମକ ହୋଇପାରେ I ଜଣାପଡେ ଯେ, ପ୍ରାୟ 650 କୋଟି ବର୍ଷ ପୂର୍ବେ ଆମ ଗ୍ରହ ସହିତ ଏହିପରି ଏକ ଗ୍ରହାଣୁର ସଘର୍ଷ ଫଳରେ ଡାଇନୋସରମାନଙ୍କର ସମୂହ ବିଲୁପ୍ତି ଘଟିଥିଲା I ଏହିପରି ଏକ ଗ୍ରହାଣୁର ଆଗାମୀ 2029 ମସିହାରେ ଆମ ପୄଥିବୀ ସହିତ ସଂଘର୍ଷ ହେବର ସମ୍ଭାବନା ରହିଛି I ଏହାର ନାମ ଆପୋଫିସ୍ I ଏହା ଆଗାମୀ 2029 ମସିହା ଅପ୍ରେଲ 13 ତାରିଖ ଦିନ ପୄଥିବୀର ଅତି ପାଖଦେଇ ଅତିକ୍ରମ କରିବ I ଏହି ସମୟରେ ଏହାର ପୄଥିବୀଠାରୁ ଦୂରତା ହେବ 31,600 କି.ମି. ଯାହା ଏକ ଭୂସ୍ଥିର ଉ...