Posts

Showing posts from May, 2025

ଭାରତର ପ୍ରତିରକ୍ଷା କବଚ ଏସ୍. 400/ S 400

Image
                                              ଭାରତର ପ୍ରତିରକ୍ଷା କବଚ ଏସ୍. 400   ନିକୁଞ୍ଜ ବିହାରୀ ସାହୁ       ପଡୋଶୀ ଦେଶ ପାକିସ୍ଥାନ ଗତ ମେ’ ମାସ  7 ଓ 8 ତାରିଖରେ  ଅପରେସନ୍ ସିନ୍ଦୁରର ପ୍ରତିଶୋଧ ନିମନ୍ତେ ଅନେକ ଭାରତୀୟ ସହର ଓ ସାମରିକ ଘାଟୀ ଉପରେ କ୍ଷେପଣାସ୍ତ୍ର, ରକେଟ ଓ ଡ୍ରୋନ୍ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା I ମାତ୍ର ଭାରତର ରୁଷିଆ ନିର୍ମିତ ଏସ୍. 400 (S 400) ଅମୋଘ ପ୍ରତିରକ୍ଷା ପ୍ରଣାଳି  ସେସବୁକୁ ଆକାଶମାର୍ଗରେ ହିଁ ନଷ୍ଟକରି ଦେଇ ଭାରତୀୟ ଘାଟୀ ତଥା ଧନ ଜୀବନକୁ  ସୁରକ୍ଷିତ ରଖିଥିଲା I ଏହିସବୁ ସହରଗୁଡିକ ମଧ୍ୟରେ ଥିଲେ, ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ,  ପଠାଣକୋଟ, ଅମୄତସର,  କପୁରତାଲା, ଜଳନ୍ଧର, ଲୁଧିଆନା, ଆଦମପୁର, ଭତିଣ୍ଡା, ଚଣ୍ଡୀଗଡ, ନାଲ, ଫ଼ଲୋଦି, ଉତ୍ତରଲାଈ ଏବଂ ଭୁଜ I ତେବେ ପ୍ରଶ୍ନ ଉଠେ : ଏହି ପ୍ରତିରକ୍ଷା ପ୍ରଣାଳୀ  ଏସ୍. 400 କ’ଣ ଏବଂ ଏହା କାର୍ଯ୍ୟ କରେ କିପରି ?            ଏସ୍. 400 ମୁଖ୍ୟତଃ ଏକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯାହା ଆକାଶମାର୍ଗରେ ହେଉଥିବା ସମସ୍ତ ଶତ୍ରୁ ଆକ୍ରମଣକୁ ...