Posts

Showing posts from July, 2024

ଆକାଶର ଗଙ୍ଗା ନଈ

ଆକାଶର ଗଙ୍ଗା ନଈ      ନିକୁଞ୍ଜ   ବିହାରୀ   ସାହୁ           ନିର୍ମଳ ମେଘମୁକ୍ତ ରାତି ଆ କା ଶକୁ ଚାହିଁଲେ ଅନେକ ତାରକା ଆମକୁ ଦେଖାଯାନ୍ତି I ଆହୁରି ମଧ୍ୟ , ନଈ ଭଳି ଝାପ୍ସା ଆଲୁଅର ଏକ ପଥ ଆକାଶର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଲମ୍ବି ଯାଇଥିବାର ଦେଖୁବାକୁ ମିଳେ I   ବି ଶେଷକରି , କୌଣସି ଅନ୍ଧାରୁଆ ସ୍ଥାନରୁ ଚନ୍ଦ୍ର ନଥିବା ଆକାଶରେ ଏହି ଦୄଶ୍ୟ ଦର୍ଶନୀୟ ଓ ସ୍ପଷ୍ଟତ୍ତର ହୋଇଥା ଏ I        ଆକାଶରେ ଏହି ଆଲୁଅର ନଈକୁ ଆଗ କାଳରେ   ଲୋକେ ଆକାଶର ଗଙ୍ଗା ନଈ ବୋଲି କହୁଥିଲେ I ଆମ ପୁରାଣରେ , ଏହି ଆକାଶଗଙ୍ଗା ନଈ ସମ୍ପର୍କରେ ବର୍ଣ୍ଣନା ଅଛି I   ଦେବତାମାନେ   ସ୍ୱର୍ଗରେ ଥାଇ   ଏହି ଆକାଶଗଙ୍ଗା ନଈରେ ସ୍ନାନ କରନ୍ତି ବୋଲି ବିଶ୍ୱାସ କରା ଯାଉଥିଲାବେଳେ     ଭକ୍ତ ଭଗୀରଥ ଏହି ଆକାଶଗଙ୍ଗା ନଈରୁ   ଧାରଟିଏ ଆଣି ପୄଥିବୀରେ ଗଙ୍ଗା ନଦୀ ରୂପେ ପ୍ରବାହିତ କରି ଥିବାର ସୂଚନା ଅଛି I       ମାତ୍ର ଦୂରବୀକ୍ଷଣ ଯନ୍ତ୍ର ଜରିଆରେ ଆଲୁଅର ଏହି ନଈକୁ ଚାହିଁଲେ,   ସେହି ଆଲୁଅରେ ଅସଂଖ୍ୟ   ତାରକା ଭରି ରହି ଥିବାର   ଦେଖିବାକୁ ମିଳେ I ବିଜ୍ଞାନରେ ଏହି ଆକାଶଗଙ୍ଗା ନଈ ପ୍ରକୄତରେ ଏକ ନୀହାରିକା I   ଏହାର ନାମ   ଛାୟାପଥ I ତେବେ ଏହି ନୀହାରିକା କ ’ ଣ ?         ଆକାଶରେ ତାରାମାନେ ଏଣେତେଣେ ବିଛାଡି ହୋଇ ନରହି ବିରାଟ ବିରାଟ ଦଳରେ ଏକାଠି ହୋଇ ରହିଥାନ୍ତି I   ତାରାମାନଙ୍କର ଏଭଳି ବିଶାଳ