ଗ୍ରହାଣୁ ସହିତ ପୄଥିବୀର ସଂଘର୍ଷ Collision with an asteroid

ଗ୍ରହାଣୁ ସହିତ ପୄଥିବୀର ସଂଘର୍ଷ ନିକୁଞ୍ଜ ବିହାରୀ ସାହୁ ଆମ ସୌରଜଗତର ମଙ୍ଗଳ ଓ ବୄହସ୍ପତି ଗ୍ରହର କକ୍ଷ ମଧ୍ୟରେ ଏକ ଗ୍ରହାଣୁ ପୁଞ୍ଜ ବଳୟ ଅଛିI ଏହି ବଳୟରେ ହଜାର ହଜାର କ୍ଷୁଦ୍ର ମହାକାଶୀୟ ପିଣ୍ଡ ସୂର୍ଯ୍ୟ ଚାରିପଟେ ଘୂରି ବୁଲୁଛନ୍ତି I ଏହି ଗ୍ରହାଣୁମାନେ ପୄଥିବୀର ଜୀବନ ପାଇଁ ବିପଦ ବହନ କରିଥାନ୍ତି I ଏଗୁଡିକ ମଧ୍ୟରୁ ଗୋଟିଏ ଗୋଟିଏ ପିଣ୍ଡ ପୃଥିବୀର ମାଧ୍ୟାକର୍ଷଣ ବଳ ଦ୍ୱାରା ଆକର୍ଷିତ ହୋଇ ପୄଥିବୀ ଆଡକୁ ଛୁଟି ଆସି ଭୟଙ୍କର ସଂଘର୍ଷ କରିଥାନ୍ତି I ଗ୍ରହାଣୁ ଗୁଡିକ ଆକାରରେ କ୍ଷୁଦ୍ର ହେଲେ ସୁଦ୍ଧା ସେଗୁଡିକ ପ୍ରଚଣ୍ଡ ବେଗରେ ଗତି କରୁଥିବାରୁ ପୄଥିବୀ ସହିତ ସେଗୁଡିକର ସଂଘର୍ଷ ଅତି ମାରାତ୍ମକ ହୋଇପାରେ I ଜଣାପଡେ ଯେ, ପ୍ରାୟ 650 କୋଟି ବର୍ଷ ପୂର୍ବେ ଆମ ଗ୍ରହ ସହିତ ଏହିପରି ଏକ ଗ୍ରହାଣୁର ସଘର୍ଷ ଫଳରେ ଡାଇନୋସରମାନଙ୍କର ସମୂହ ବିଲୁପ୍ତି ଘଟିଥିଲାI ଏହିପରି ଏକ ଗ୍ରହାଣୁର ଆଗାମୀ 2029 ମସିହାରେ ଆମ ପୄଥିବୀ ସହିତ ସଂଘର୍ଷ ହେବର ସମ୍ଭାବନା ରହିଛି I ଏହାର ନାମ ଆପୋଫିସ୍ I ଏହା ଏବେ ପୄଥିବୀଠାରୁ …କି.ମି. ଦୂରତାରେ ଅଛି Iଏହା ଆଗାମୀ 2029 ମସିହା ଅପ୍ରେଲ 13 ତାରିଖ ଦିନ ପୄଥିବୀର ଅତି ପାଖଦେଇ ଅତିକ୍ରମ କରିବ I ଏହି ସମୟରେ ଏହାର ପୄଥିବୀଠାରୁ ଦୂର...