କ୍ଵାଣ୍ଟମ ଯୁଗର ଅବଦାନ
କ୍ଵାଣ୍ଟମ ଯୁଗର ଅବଦାନ ନିକୁଞ୍ଜ ବିହାରୀ ସାହୁ ବିଂଶ ଶତାବ୍ଦୀର ପୂର୍ବରୁ ବୈଜ୍ଞାନିକମାନେ ଆତ୍ମସନ୍ତୋଷ ଲାଭ କରୁଥିଲେ ଯେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଅଧିକାଂଶ ଆବିଷ୍କାର ଘଟି ସାରିଛି ଏବଂ ଏହି ଦିଗନ୍ତରେ ଆଉ କିଛି ନୂତନ ସମ୍ଭାବନା ବାକି ନାହିଁ। ସେ ସମୟରେ ନିଉଟନଙ୍କ ପ୍ରଦତ୍ତ ପାରମ୍ପରିକ ବିଜ୍ଞାନର ପଦ୍ଧତି ଅନୁସରଣ ପୂର୍ବକ ଏକ ବିଲିଆର୍ଡ଼ ବଲର ଗତିରୁ ଆରମ୍ଭକରି ବିଶ୍ୱବ୍ରହ୍ମାଣ୍ଡରେ ଗ୍ରହ ଉପଗ୍ରହ ଏବଂ ଗାଲାକ୍ସି ମାନଙ୍କର ଗତି ବୁଝାଇ ହେଉଥିଲା। ସେ ସମୟରେ ବିଶ୍ୱାସ କରାଯାଉଥିଲା ଯେ ପ୍ରକୃତିରେ ଶକ୍ତି ଏକ ଅବିଛିନ୍ନ ପ୍ରବାହ, ଅର୍ଥାତ କୌଣସି ଉତ୍ତପ୍ତ ଵସ୍ତୁର ପରମାଣୁସବୁ ସମସ୍ତ ମୂଲ୍ୟର ଶକ୍ତି ଉତ୍ସର୍ଜନ କିମ୍ବା ଅବଶୋଷଣ କରିଥା’ନ୍ତି। ମାତ୍ର ଏ କ୍ଷେତ୍ରରେ ଏକ ବ୍ୟତିକ୍ରମ ଥିଲା ଏକ କୃଷ୍ଣବସ୍ତୁ (Blackbody)ର ବିକିରଣ। କୃଷ୍ଣବସ୍ତୁର ବିକିରଣ କୃଷ୍ଣବସ୍ତୁ ଏକ ଆଦର୍ଶ ବସ୍ତୁ ଯାହା ଆପତିତ ଶକ୍ତିର ସମସ୍ତ ବିକିରଣକୁ ଅବଶୋଷଣ କିମ୍ବା ଉତ୍ସର୍ଜନ କରିଥାଏ ଏବଂ ଉତ୍ସର୍ଜିତ ଶକ୍ତିର ପରିମାଣ କେବଳ ବସ୍ତୁର ତାପମ...