Posts

Showing posts from August, 2024

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

Image
  ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ                                                                                             ନିକୁଞ୍ଜ ବିହାରୀ ସାହୁ             ଆଜିଠୁ ଠିକ ବର୍ଷକ ତଳର ଘଟଣା I 2023 ମସିହା ଅଗଷ୍ଟ 23 ତାରିଖ , ସନ୍ଧ୍ୟା 5 ଟା 43 ମିନିଟ ସମୟ : ବେଙ୍ଗାଲୁରୁ ସ୍ଥିତ ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ ଇସ୍ରୋର କଣ୍ଟ୍ରୋଲ ରୁମ୍ ରେ ଏକ ଉତ୍କଣ୍ଠା ଓ ଆବେଗପୂର୍ଣ୍ଣ   ମୁହୂର୍ତ୍ତ I ଭାରତର ଅନ୍ତରୀକ୍ଷଯାନ   ଚନ୍ଦ୍ରଯାନ - 3 ଅନ୍ତରୀକ୍ଷରେ   ଦୀର୍ଘ 41 ଦିନ କାଳ ଯାତ୍ରା କଲା ପରେ   ଚନ୍ଦ୍ରର ଦକ୍ଷିଣ ମେରୁଠାରେ ଅବତରଣ କରିବାକୁ ଯାଉଛି I  ଅଭିଯାନର ସବୁଠାରୁ କଠିନ ଓ ଜଟିଳ ' ପାୱାର ଡିସେଣ୍ଟ ' ଅବତରଣ ପର୍ଯ୍ୟାୟ ଆରମ୍ଭ ହୋଇ ସାରିଥାଏ I କୋଡିଏ ମିନିଟ କାଳର ଏହି ସ୍ୱୟଂଚାଳିତ ଧୀର - ଅବତରଣ ପ୍ରକ୍ରିୟା ବୈଜ୍ଞାନିକମାନଙ୍କ ପାଇଁ ଥିଲା ଏକ ଅଗ୍ନିପରୀକ୍ଷାର ବେଳ   ତଥା ଘଡିସନ୍ଧି ମୁହୂର୍ତ୍ତ   I        ଚନ୍ଦ୍ରପୃଷ୍ଠରେ ଏହି ଧୀର - ଅବତରଣ ସୋପାନ   ଅଭିଯାନର ସବୁଠାରୁ କଠିନ ଓ ଜଟିଳ ପ୍ରକ୍ରିୟା I  ଯାନଟି ଚନ୍ଦ୍ରର ମାଧ୍ୟାକର୍ଷଣ ବଳ ଦ୍ୱାରା ପ୍ରଚଣ୍ଡ ବେଗରେ ତ୍ୱରାନିତ ହୋଇ ଚନ୍ଦ୍ରପୄଷ୍ଠ ଆଡକୁ ଦୂରନ୍ତ ଛୁଟି ଯାଉଥିଲାବେଳେ ସଠିକ ସମୟରେ ସଠିକ ଇଂଜିନ୍   କାର୍ଯ୍ୟକ୍ଷମ କରି ଯାନର ଅଗ୍ରଗାମୀ ବେଗ ହ୍ରାସ କରିବା ଆବଶ୍ୟକ I ନହେଲେ , ଯାନଟି ଚନ୍ଦ୍ରପୃଷ୍ଠରେ